International Journal of Contemporary Research In Multidisciplinary, 2026;5(6):38-41
ବ୍ୟଙ୍ଗ ଭିତରେ ବିଦ୍ରୋହ : ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପରେ ଭ୍ରଷ୍ଟ ରାଜନୀତିର ଚିତ୍ର ଓ ଚରିତ୍ର
Author Name: ପୂର୍ଣ୍ଣଚନ୍ଦ୍ର ଜେନା;
Paper Type: research paper
Article Information
Abstract:
ଓଡ଼ିଆ ଗଳ୍ପ ସାହିତ୍ୟକୁ ଗୋଦାବରୀଶ ମହାପାତ୍ରଙ୍କ ଅବଦାନ ଚିରସ୍ମରଣୀୟ । ତାଙ୍କର ସମଗ୍ର ଗଳ୍ପ ସୃଷ୍ଟିରେ ସମାଜ ସଂସ୍କାରମୁଖୀ ବାର୍ତ୍ତା ନିହିତ । ତାଙ୍କ ଲେଖନୀରେ କୌଣସି କାଳ୍ପନିକ ରାଜା ରାଣୀ ବା ପରିରାଇଜର ଅଲୌକିକ କାହାଣୀ ସ୍ଥାନ ପାଇନାହିଁ, ବରଂ ସ୍ଥାନ ପାଇଛନ୍ତି ଓଡ଼ିଶା ଭୂଖଣ୍ଡର ମାଟି ଗୋଡ଼ି ସହିତ ନିଜ ଜୀବନକୁ ତିଳ ତିଳ କରି ସଂଘର୍ଷ କରୁଥିବା ସାଧାରଣ ଚରିତ୍ର । ଏହି ସାଧାରଣ ଚରିତ୍ରମାନଙ୍କୁ ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ସ୍ଵାଧୀନତା ପରବର୍ତ୍ତୀ ସମୟଖଣ୍ଡରେ କିପରି ଧନୀକ ମହାଜନ, ସାହୁକାର, ପୋଲିସ ପ୍ରଶାସନିକ ଅଧିକାରୀ ଏବଂ ଶଠ ରାଜନେତାମାନେ ନାନା ରୂପେ ନାନା ଉପାୟରେ ଶୋଷଣ କରିଛନ୍ତି, ତାହାର ବାସ୍ତବ ଚିତ୍ରକୁ ସେ ପ୍ରତ୍ୟକ୍ଷ ରୂପେ ହୃଦୟଙ୍ଗମ କରିଛନ୍ତି । ତେଣୁ ନିଜ ଲେଖନୀମୁନରେ ଏହି ସମ୍ଭ୍ରାନ୍ତ ଶୋଷକଗୋଷ୍ଠୀଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି । ଏହି ସ୍ଵର ଉତ୍ତୋଳନର ମାଧ୍ୟମ ଭାବରେ ସେ ହାସ୍ୟ ବ୍ୟଙ୍ଗ ଓ ବିଦ୍ରୁପର ପନ୍ଥା ଆପଣେଇଛନ୍ତି । ଯାହାକୁ ତାଙ୍କର ସମଗ୍ର ଗଳ୍ପ ସୃଷ୍ଟିରେ ଲକ୍ଷ୍ୟ କରାଯାଇ ପାରିବ ।
Keywords:
ଜାତୀୟତାବାଦ, ରାଜନୀତି, ଶ୍ରେଣୀସଂଘର୍ଷ, କୃଷକ, ଜନସାଧାରଣ, ହରିସୁଆର, ମହାତ୍ମା ଗାନ୍ଧୀ, ବ୍ୟଙ୍ଗ-ବିଦ୍ରୁପ
How to Cite this Article:
ପୂର୍ଣ୍ଣଚନ୍ଦ୍ର ଜେନା. ବ୍ୟଙ୍ଗ ଭିତରେ ବିଦ୍ରୋହ : ଗୋଦାବରୀଶ ମହାପାତ୍ରଙ୍କ ଗଳ୍ପରେ ଭ୍ରଷ୍ଟ ରାଜନୀତିର ଚିତ୍ର ଓ ଚରିତ୍ର. International Journal of Contemporary Research in Multidisciplinary. 2026: 5(6):38-41
Download PDF