International Journal of Contemporary Research In Multidisciplinary, 2026;5(3):878-884
ଓଡ଼ିଶାର ଝୋଟି, ଚିତା ଓ ମୁରୁଜର ସାଂସ୍କୃତିକ ତାତ୍ପର୍ଯ୍ୟ: ଏକ ନୃତାତ୍ତ୍ୱିକ ଅଧ୍ୟୟନ
Author Name: ସାହିଲ କୁମାର ନାୟକ;
Paper Type: research paper
Article Information
Abstract:
ଓଡ଼ିଶାର ଗାର୍ହସ୍ଥ୍ୟ ଜୀବନଚର୍ଯ୍ୟା ଓ ଧାର୍ମିକ ପରମ୍ପରାରେ ଝୋଟି, ଚିତା ଓ ମୁରୁଜ କେବଳ ସଜ୍ଜୀକରଣର ଏକ ମାଧ୍ୟମ ନୁହଁ ଅପିତୁ ଏହା ଉତ୍କଳୀୟ ଅସ୍ମିତା, ପ୍ରାକୃତିକ ପରିବେଶ ବିଜ୍ଞାନ ଏବଂ ସାମାଜିକ ସଂହତିର ଏକ ଜୀବନ୍ତ ସ୍ମାରକୀ । ପ୍ରସ୍ତୁତ ପ୍ରବନ୍ଧରେ ଏହି ପାରମ୍ପରିକ ଲୋକକଳାର ସାଂସ୍କୃତିକ ଗୁରୁତ୍ୱକୁ ଏକ ନୃତାତ୍ତ୍ୱିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରାଯାଇଛି । ସୁଦୂର ପ୍ରାଗୈତିହାସିକ ଗୁହାଚିତ୍ର ଓ ଆଦିମ ଆଭିଚାରିକ କୁହୁକ ବିଶ୍ୱାସରୁ ଜନ୍ମ ନେଇଥିବା ଏହି କଳା, ଓଡ଼ିଶାର ସାନ୍ତାଳ, ଲାଞ୍ଜିଆ ସଉରା ଓ କନ୍ଧ ଆଦି ଜନଜାତିଙ୍କ କାନ୍ଥଚିତ୍ର ସହିତ ଗଭୀର ସଂରଚନାତ୍ମକ ଓ ଚିହ୍ନ ବିଜ୍ଞାନଗତ ସାଦୃଶ୍ୟ ବହନ କରେ । ଚାଉଳ ପିଠଉ ଏବଂ ପ୍ରାକୃତିକ ପଞ୍ଚବର୍ଣ୍ଣ ଗୁଣ୍ଡର ବ୍ୟବହାର ମାଧ୍ୟମରେ ଓଡ଼ିଶାର କୃଷିଭିତ୍ତିକ ଅର୍ଥନୀତି ଓ ଋତୁଚକ୍ର ସହ ଏହି କଳାର ନିବିଡ଼ ସମ୍ପର୍କକୁ ଏଠାରେ ବିଶ୍ଳେଷଣ କରାଯାଇଛି । ମାର୍ଗଶୀର ମାସର ମାଣବସା ଗୁରୁବାର ଓ କାର୍ତ୍ତିକ ବ୍ରତ ଆଦି ବିଭିନ୍ନ ଆଞ୍ଚଳିକ ଓଷାବ୍ରତରେ ଅଙ୍କିତ ହେଉଥିବା ଜ୍ୟାମିତିକ ମଣ୍ଡଳ ମାନସିକ ଏକାଗ୍ରତା ଓ ପାରିପାର୍ଶ୍ୱିକ ବିଜ୍ଞାନର ସଙ୍କେତ ପ୍ରଦାନ କରେ । ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ ଓ ମଧ୍ୟଯୁଗୀୟ ରୀତିକାବ୍ୟ ଭିତ୍ତିରେ ଏହି କଳା କିଭଳି ଜାତିଗତ ବୈଷମ୍ୟ ଦୂର କରି ସାମାଜିକ ସମାନତା ରକ୍ଷା କରିବାରେ ଏକ ମନୋବୈଜ୍ଞାନିକ ସେତୁ ସଦୃଶ କାର୍ଯ୍ୟ କରିଆସିଛି, ତାହା ପ୍ରବନ୍ଧର ମୂଳ ପ୍ରତିପାଦ୍ୟ ବିଷୟ । ସର୍ବଶେଷରେ, ଆଧୁନିକ ବିଶ୍ୱାୟନ ଓ ପ୍ଲାଷ୍ଟିକ୍ ଉପଭୋକ୍ତାବାଦର ପ୍ରଭାବରେ ଲୁପ୍ତପ୍ରାୟ ଏହି ମୌଳିକ ଲୋକକଳାର ନୃତାତ୍ତ୍ୱିକ ସଂରକ୍ଷଣ ତଥା ପୁନରୁଦ୍ଧାରର ଅପରିହାର୍ଯ୍ୟ ଆବଶ୍ୟକତା ଉପରେ ଏକ ସଂକ୍ଷିପ୍ତ ଆଲୋକପାତ କରାଯାଇଅଛି ।
Keywords:
ଝୋଟି-ଚିତା, ମୁରୁଜ, ନୃତାତ୍ତ୍ୱିକଅଧ୍ୟୟନ, ଜନଜାତିକଳା,ଚିହ୍ନବିଜ୍ଞାନ,ମଣ୍ଡଳ, ସଂସ୍କୃତି-ପରମ୍ପରା।
How to Cite this Article:
ସାହିଲ କୁମାର ନାୟକ. ଓଡ଼ିଶାର ଝୋଟି, ଚିତା ଓ ମୁରୁଜର ସାଂସ୍କୃତିକ ତାତ୍ପର୍ଯ୍ୟ: ଏକ ନୃତାତ୍ତ୍ୱିକ ଅଧ୍ୟୟନ. International Journal of Contemporary Research in Multidisciplinary. 2026: 5(3):878-884
Download PDF