IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2025;4(5):661-665

ପ୍ରଦ୍ୟୁମ୍ନକେଶରୀଙ୍କ କାବ୍ୟ କୃତି : ଅନୁରାଗ ଓ ଅନୁଭବର ମୁଗ୍ଧ ପ୍ରତିଶ୍ରୁତି

Author Name: ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ;  

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, କଳିଙ୍ଗ ମହାବିଦ୍ୟାଳୟ, ଘୁ. ଉଦୟଗିରି, କନ୍ଧମାଳ, ଓଡ଼ିଶା, ଭାରତ

Paper Type: research paper
Article Information
Paper Received on: 2025-09-08
Paper Accepted on: 2025-10-28
Paper Published on: 2025-10-30
Abstract:

ଉତ୍ତର-ଅଶୀ ଓଡ଼ିଆ କବିତା ଜଗତର ଜଣେ ବଶିଷ୍ଠ ତଥା ପ୍ରତିଭାବାନ ସ୍ରଷ୍ଟା ହେଉଛନ୍ତି କବି ସେନାପତି ପ୍ରଦ୍ୟୁମ୍ନକେଶରୀ । ପ୍ରସ୍ତୁତ ପ୍ରବନ୍ଧରେ ତାଙ୍କର କାବ୍ୟ ଚେତନା ଓ ସାରସ୍ୱତ ସୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ସମକାଳୀନ ଜୀବନବୋଧ, ସମାଜର ନିଛକ ଚିତ୍ର ଏବଂ ଯନ୍ତ୍ରଣାଦଗ୍ଧ ମଣିଷର ଅନ୍ତରର କଥା ତାଙ୍କ କବିତାର ମୂଳପିଣ୍ଡ । କବିଙ୍କର ମହୁ ମୁହାଣ  ଠାରୁ ଆରମ୍ଭ କରି ପବନର ଦେହ ପର୍ଯ୍ୟନ୍ତ ଦଶଟି ପ୍ରମୁଖ କବିତା ସଂକଳନ ମଧ୍ୟରେ ଗତିଶୀଳ କାବ୍ୟ-ଯାତ୍ରାକୁ ଏହି ଆଲେଖ୍ୟରେ ମୂଲ୍ୟାୟନ କରାଯାଇଛି । କବିଙ୍କ ସୃଷ୍ଟିରେ ଥିବା ଶାଶ୍ୱତ ରୋମାଣ୍ଟିକ୍ ଚେତନା, ଆଧୁନିକ ମଣିଷର ନିଃସଙ୍ଗତା ବା ଏକାକୀତ୍ୱବୋଧ ଏବଂ ନାରୀ ଜୀବନର ବିବିଧ ସଂଘର୍ଷ ତଥା ସମ୍ବେଦନାକୁ ଭିନ୍ନ ଭିନ୍ନ ଶୀର୍ଷକରେ ବିଶ୍ଳେଷଣ କରାଯାଇଛି । ଭାଷାର ପ୍ରାଞ୍ଜଳତା, ଚିତ୍ରକଳ୍ପ ଓ ପ୍ରତୀକର ସଫଳ ପ୍ରୟୋଗ ଏବଂ ସଂଳାପଧର୍ମୀ ଶୈଳୀ କିପରି ତାଙ୍କ କବିତ୍ୱକୁ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି, ତାହା ଏହି ପ୍ରବନ୍ଧର ମୁଖ୍ୟ ପ୍ରତିପାଦ୍ୟ ବିଷୟ ।

Keywords:

ଆଧୁନିକକବିତା, ସେନାପତି ପ୍ରଦ୍ୟୁମ୍ନକେଶରୀ, ରୋମାଣ୍ଟିକ୍ ଚେତନା, ଏକାକୀତ୍ୱବୋଧ, ନାରୀ ଚେତନା, ଜୀବନବୋଧ, ଚିତ୍ରକଳ୍ପ.

How to Cite this Article:

ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ. ପ୍ରଦ୍ୟୁମ୍ନକେଶରୀଙ୍କ କାବ୍ୟ କୃତି : ଅନୁରାଗ ଓ ଅନୁଭବର ମୁଗ୍ଧ ପ୍ରତିଶ୍ରୁତି. International Journal of Contemporary Research in Multidisciplinary. 2025: 4(5):661-665


Download PDF