IJ
IJCRM
International Journal of Contemporary Research in Multidisciplinary
ISSN: 2583-7397
Open Access • Peer Reviewed
Impact Factor: 5.67

International Journal of Contemporary Research In Multidisciplinary, 2026;5(1):930-935

ଓଡ଼ିଆ କ୍ଷୁଦ୍ରଗଳ୍ପରେ କଥାଭାଗହୀନତା ପ୍ରସଙ୍ଗର ପୁନର୍ବିଚାର

Author Name: ଆଲୋକ ରଞ୍ଜନ ଷଡଙ୍ଗୀ;  

1. ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ବାଜିରାଉତ ସ୍ମୃତି ମହାବିଦ୍ୟାଳୟ, ଢେଙ୍କାନାଳ, ଓଡ଼ିଶା ଭାରତ

Paper Type: research paper
Article Information
Paper Received on: 2026-01-06
Paper Accepted on: 2026-02-25
Paper Published on: 2026-02-28
Abstract:

କଥାନକ ବା ପ୍ଲଟ୍ ହେଉଛି କ୍ଷୁଦ୍ରଗଳ୍ପର ମେରୁଦଣ୍ଡ ଏବଂ ଘଟଣାପୁଞ୍ଜର ଅଭ୍ୟନ୍ତରୀଣ ସୂତ୍ର ଯାହା ଘଟଣାଗୁଡ଼ିକୁ ସମ୍ପୂର୍ଣ୍ଣ ଓ ସାର୍ଥକ ରୂପ ପ୍ରଦାନ କରେ। ଏହି ପ୍ରବନ୍ଧରେ କଥାନକ ଏବଂ କଥ୍ୟ (ଥିମ୍) ମଧ୍ୟରେ ଥିବା ପାର୍ଥକ୍ୟ, ଘଟଣାର ଚୟନ ଓ ବିନ୍ୟାସ, ସ୍ଥିତିସୂଚକ ଓ କର୍ମବାଚକ ଘଟଣାର ଭୂମିକା ସ୍ପଷ୍ଟଭାବେ ଆଲୋଚନା କରାଯାଇଛି। ପାରମ୍ପରିକ ଓଡ଼ିଆ ଗଳ୍ପରେ କଥାନକର ଅନିବାର୍ଯ୍ୟତା ସ୍ୱୀକୃତ ଥିବା ବେଳେ ଷାଠିଏ ଦଶକ ପରେ ଆଧୁନିକ ଗାଳ୍ପିକମାନେ (ଅଖିଳମୋହନ ପଟ୍ଟନାୟକ, ରବି ପଟ୍ଟନାୟକ, ଜଗଦୀଶ ମହାନ୍ତି,ଅଶୋକ ଚନ୍ଦନ,ସତ୍ୟ ମିଶ୍ର  ପ୍ରମୁଖ) କଥାଭାଗହୀନତା, ଆତ୍ମସ୍ୱୀକାରୋକ୍ତି ଓ ମନସ୍ତାତ୍ତ୍ୱିକ ଅନୁଭୂତିକୁ ପ୍ରାଧାନ୍ୟ ଦେଇ ପାରମ୍ପରିକ କଥାନକର ରୂପକୁ ପ୍ରଶ୍ନ କରିଛନ୍ତି। ପ୍ରବନ୍ଧରେ ଚେକଭ୍‌ଙ୍କ ପରି ପାଶ୍ଚାତ୍ୟ ପ୍ରଭାବ ଏବଂ ଓଡ଼ିଆ ସାହିତ୍ୟରେ କଥାନକର ପରିବର୍ତ୍ତନଶୀଳ ପ୍ରକୃତି ଆଲୋଚିତ ହୋଇଛି ।

Keywords:

କଥାଭାଗହୀନତା, କଥାନକ, ଥିମ୍, ପ୍ଲଟ୍, କ୍ଷୁଦ୍ରଗଳ୍ପ, ଅକାହାଣୀ, ଷାଠିଏ ପରବର୍ତ୍ତୀ ।

How to Cite this Article:

ଆଲୋକ ରଞ୍ଜନ ଷଡଙ୍ଗୀ. ଓଡ଼ିଆ କ୍ଷୁଦ୍ରଗଳ୍ପରେ କଥାଭାଗହୀନତା ପ୍ରସଙ୍ଗର ପୁନର୍ବିଚାର. International Journal of Contemporary Research in Multidisciplinary. 2026: 5(1):930-935


Download PDF