International Journal of Contemporary Research In Multidisciplinary, 2025;4(5):666-671
ଦକ୍ଷିଣ ଓଡ଼ିଶାର ଲୋକଗୀତ ପରଂପରାରେ ହଳିଆ ଗୀତ
Author Name: ଡକ୍ଟର ନଳିନୀ କୁମାର ପାଣିଗ୍ରାହୀ;
Abstract
ଏହି ପ୍ରବନ୍ଧଟି ଦକ୍ଷିଣ ଓଡ଼ିଶାର କୃଷିଭିତ୍ତିକ ଜୀବନଧାରାର ଏକ ଅନନ୍ୟ ଅଙ୍ଗ ‘ହଳିଆ ଗୀତ’ର ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟବୋଧ ଉପରେ ଆଧାରିତ । କୃଷିକାର୍ଯ୍ୟର କଠିନ ପରିଶ୍ରମ ଓ କ୍ଲାନ୍ତିକୁ ଦୂର କରିବା ପାଇଁ ହଳିଆର କଣ୍ଠରୁ ସ୍ୱତଃସ୍ଫୁର୍ତ୍ତ ଭାବେ ନିଃସୃତ ଏହି ଗୀତଗୁଡ଼ିକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ମାଟିର ମଣିଷର ସୁଖ-ଦୁଃଖ, ଆଶା-ଆକାଂକ୍ଷା ଏବଂ ଗଭୀର ଜୀବନବୋଧର ପ୍ରତିଫଳନ । ଲେଖକ ଏଠାରେ ହଳିଆ ଗୀତକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରିଛନ୍ତି: ପୁରାଣ ଭିତ୍ତିକ, ଇତିହାସାଶ୍ରୟୀ, ପ୍ରେମାବେଗ ଭିତ୍ତିକ ଏବଂ ବାସ୍ତବ ଜୀବନାନ୍ଭୂତି ମୂଳକ । ପ୍ରବନ୍ଧରେ ଗଞ୍ଜାମ, କନ୍ଧମାଳ ଏବଂ କୋରାପୁଟ ପରି ଅଞ୍ଚଳର ଲୋକକଥା ଓ ଆଦିବାସୀ ସଂସ୍କୃତିରେ ପ୍ରଚଳିତ ହଳିଆ ଗୀତର ଉଦାହରଣ ମାଧ୍ୟମରେ ଏହାର ଶୈଳୀ ଓ ଆତ୍ମିକ ଆବେଦନକୁ ବିଶ୍ଳେଷଣ କରାଯାଇଛି । ଆଧୁନିକ ଯନ୍ତ୍ର ସଭ୍ୟତାର ପ୍ରଭାବ ସତ୍ତ୍ୱେ, ଏହି ପାରମ୍ପରିକ ଲୋକଗୀତଗୁଡ଼ିକ କିପରି ଓଡ଼ିଆ ଜାତିର ଐତିହ୍ୟ ଓ ନୈତିକ ଆଦର୍ଶକୁ ବହନ କରି ଚାଲିଛି, ତାହା ଏହି ଆଲୋଚନାର ମୁଖ୍ୟ ସ୍ୱର ।
Keywords
ହଳିଆ ଗୀତ, ଦକ୍ଷିଣ ଓଡ଼ିଶା, ଲୋକସାହିତ୍ୟ, କୃଷି ସଂସ୍କୃତି, ଶ୍ରମଲାଘବ, ପୁରାଣ ଓ କିମ୍ବଦନ୍ତୀ, ଆଦିବାସୀ ଜୀବନଧାରା