International Journal of Contemporary Research In Multidisciplinary, 2026;5(1):804-808
ପଞ୍ଚସଖା ସାହିତ୍ୟରେ ଶ୍ରୀଜଗନ୍ନାଥ
Author Name: ବଶିଷ୍ଟ କୁମାର ବେହେରା;
Paper Type: research paper
Article Information
Abstract:
ଏହି ପ୍ରବନ୍ଧରେ ଓଡ଼ିଶାର ସାଂସ୍କୃତିକ, ଆଧ୍ୟାତ୍ମିକ ତଥା ଧାର୍ମିକ ବିବର୍ତ୍ତନର ଇତିହାସରେ ବୌଦ୍ଧଧର୍ମ, ଶ୍ରୀଚୈତନ୍ୟଙ୍କ ଗୌଡ଼ୀୟ ବୈଷ୍ଣବ ଧର୍ମ ଏବଂ ପଞ୍ଚସଖା ଆଭିମୁଖ୍ୟର ତୁଳନାତ୍ମକ ଓ ସମନ୍ୱୟାତ୍ମକ ବିଶ୍ଳେଷଣ କରାଯାଇଛି। ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜପୃଷ୍ଠପୋଷକତା ଲାଭ କରିଥିବା ଚୈତନ୍ୟଙ୍କ ‘ରାଗାନୁଗା ପ୍ରେମଧର୍ମ’ (ଶୁଦ୍ଧାଭକ୍ତି) ଏବଂ ପଞ୍ଚସଖାଙ୍କ ଯୋଗଭିତ୍ତିକ ‘ଶୂନ୍ୟବାଦ’ (ଜ୍ଞାନମିଶ୍ରା ଭକ୍ତି) ମଧ୍ୟରେ ଥିବା ବୈଚାରିକ ସଂଘର୍ଷ ଓ ସାଲିସପୂର୍ଣ୍ଣ ସମ୍ପର୍କକୁ ଏଥିରେ ପ୍ରତିପାଦିତ କରାଯାଇଛି। ଓଡ଼ିଶାର ପ୍ରାଚୀନ ବୌଦ୍ଧ ପରମ୍ପରା (ମହାଯାନ, ବଜ୍ରଯାନ ଓ ସହଜଯାନ) କିପରି ଓଡ଼ିଆ ଜନଜୀବନ ଓ ସାହିତ୍ୟକୁ ଗଭୀର ଭାବେ ପ୍ରଭାବିତ କରିଛି ଏବଂ କାଳକ୍ରମେ ବୌଦ୍ଧଧର୍ମର ‘ଶୂନ୍ୟ’ ଓ ‘ନିର୍ବାଣ’ ଚେତନା ଜଗନ୍ନାଥ ସଂସ୍କୃତି ସହ ସମୀକୃତ ହୋଇଛି, ତାହାର ଐତିହାସିକ ପ୍ରମାଣ ଏହି ପ୍ରବନ୍ଧରେ ଉପସ୍ଥାପିତ।
Keywords:
ପଞ୍ଚସଖା, ଶୂନ୍ୟବାଦ, ଶ୍ରୀଜଗନ୍ନାଥ ଚେତନା, ରାଗାନୁଗା ପ୍ରେମଧର୍ମ, ଜ୍ଞାନମିଶ୍ରା ଭକ୍ତି, ଉତ୍କଳୀୟ ବୈଷ୍ଣବ ଧର୍ମ, ସର୍ବଧର୍ମ ସମନ୍ୱୟ।
How to Cite this Article:
ବଶିଷ୍ଟ କୁମାର ବେହେରା. ପଞ୍ଚସଖା ସାହିତ୍ୟରେ ଶ୍ରୀଜଗନ୍ନାଥ. International Journal of Contemporary Research in Multidisciplinary. 2026: 5(1):804-808
Download PDF